ଓଡିଶା

ଭୁବନେଶ୍ୱର ମହାନଗର ନିଗମରେ ପାର୍କିଂ ଫି ଆଦାୟ କରିବେ କିନ୍ନର

ଭୁବନେଶ୍ୱର: କିନ୍ନରଙ୍କୁ ସ୍ୱାବଲମ୍ବୀ କରିବାକୁ ବିଏମସି ପକ୍ଷରୁ ପଦକ୍ଷେପ ସ୍ୱରୂପ ଭୁବନେଶ୍ୱର ମହାନଗର ନିଗମରେ ପାର୍କିଂ ଫି ଆଦାୟ ଦାୟିତ୍ୱ ଦିଆଯାଉଛି । ପୂର୍ବରୁ ହୋଲଡିଂ ଟ୍ୟାକ୍ସ ଆଦାୟ କାର୍ଯ୍ୟରେ କିନ୍ନରଙ୍କୁ ନିୟୋଜିତ କରାଯାଇଥିଲା, ଏବେ ପାର୍କିଂ ଫି ଆଦାୟରେ ସେମାନଙ୍କୁ ଯୋଡା ଯାଇଛି । ଆଜି ବିଏମସି ପକ୍ଷରୁ ଭୁବନେଶ୍ୱରର ଏଜି ଛକରୁ ବାଣୀବିହାର ଓ ଆଇଡିବିଆଇ ଛକରୁ ବାଣୀବିହାର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଥିବା ପାର୍କିଂ ଜୋନର ଫି ଆଦାୟ ଦାୟିତ୍ୱ ଗୋଟିଏ କିନ୍ନର ଗୋଷ୍ଠୀକୁ ଦିଆଯାଇଛି । ପୂର୍ବରୁ ମଧ୍ୟ ଗୋଟିଏ କିନ୍ନର ଗୋଷ୍ଠୀକୁ ଏହି ଦାୟିତ୍ୱ ଦିଆଯାଇଥିଲା ।


ଏହି କ୍ରମରେ ଆଜି ୟୁନିଟ ୨ ଫଳ ମାର୍କେଟ ସମ୍ମୁଖରେ ପାର୍କିଂ ଫି ଆଦାୟ କାର୍ଯ୍ୟକ୍ରମକୁ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ପତାକା ଦେଖାଇ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିନ୍ନର ନେତ୍ରୀ ତଥା ବିଜେଡି ମହିଳା ସେଲ ନେତ୍ରୀ ମୀରା ପରିଡା, ଅଭିନେତ୍ରୀ ବିଦୁସ୍ମିତା ଓ ବହୁ କିନ୍ନର ନେତ୍ରୀ ଯୋଗ ଦେଇଥିଲେ । କିନ୍ନରଙ୍କୁ ଭିକ୍ଷାବୃତ୍ତି ପରି ଘୃଣ୍ୟ କାର୍ଯ୍ୟରୁ ନିବୃତ୍ତ କରିବାକୁ ମୀରା ପରିଡାଙ୍କ ଉଦ୍ୟମରେ ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ମୀରାଙ୍କ ଏହି କାର୍ଯ୍ୟକୁ ବିଭିନ୍ନ ବର୍ଗ ପ୍ରଶଂସା କରିଥିବା ବେଳେ କିନ୍ନର ଗୋଷ୍ଠୀ ମୀରାଙ୍କ ଉଦ୍ୟମ ପାଇଁ କୃତଜ୍ଞତା ଜଣାଇଛନ୍ତି । ପାର୍କିଂ ଫି ଆଦାୟ ଛଡା ଏହି ଗ୍ରୁପ ବାକି ପଡିଥିବା ହୋଲଡିଂ ଟ୍ୟାକ୍ସ ମଧ୍ୟ ଆଦାୟ କରିବ ବୋଲି କହିଛନ୍ତି ବିଏମସି କମିଶନର ।

 

Related posts

ଟ୍ରକ-ଟ୍ୟାଙ୍କର ମୁହାଁମୁହିଁ ଧକ୍କା, ୨ ମୃତ

mahabharatanews

ବିଜେପୁରରେ ଆଇସିଆଇସିଆଇ ବ୍ୟାଙ୍କ ଶାଖା ଉଦଘାଟିତ

mahabharatanews

ବେକରେ ଶାଢୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା

mahabharatanews

Leave a Comment