ରାଜନୀତି

ଯୁବ ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ

(ଭୁବନେଶ୍ୱର): ଆଜି ଯୁବ ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଉଦବୋଧନ ଦେଇଛନ୍ତି । ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈ÷ଠକରେ ଯୋଗ ଦେଇଥିଲେ । ବୈଠକରେ ବିଭିନ୍ନ ପ୍ରସ୍ତାବ ଆଗତ କରାଯାଇ ଆଲୋଚନା ହୋଇଥିଲା । ତୃଣମୂଳ ସ୍ତରରେ ଦଳକୁ କ୍ରିୟାଶୀଳ କରିବା ନେଇ ବୈଠକରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ବୈଠକରେ ଓଡ଼ିଆ ଭାଷା, ସଂସ୍କୃତି ଉପରେ ଆଲୋଚନା କରିବା ସହ ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଥିଲେ ମୁଖ୍ୟମନ୍ତ୍ରୀ । ଜାତୀୟ ଦଳଗୁଡିକ କ୍ଷମତାରେ ଥିବା ରାଜ୍ୟର ବିକାଶ କଥା କହି ଅନ୍ୟ ରାଜ୍ୟକୁ ଅଣଦେଖା କରିଥାନ୍ତି । ନିର୍ବାଚନ ଜିତି କ୍ଷମତା ହାସଲ କରିବା ଜାତୀୟ ଦଳର ଲକ୍ଷ୍ୟ । ଦଳର ମୁଖ୍ୟଙ୍କୁ ଖୁସି କରି ବଡ ପଦବୀ ପାଇବା ଜାତୀୟ ନେତାଙ୍କ ଲକ୍ଷ୍ୟ । କିନ୍ତୁ ଆମର ଦିଲ୍ଲୀରେ କେହି ବସ୍ ନାହାନ୍ତି । ଓଡ଼ିଶାବାସୀ ଆମର ବସ ବୋଲି ମୁଖ୍ୟମନ୍ତ୍ରୀ ବୈଠକରେ କହିଛନ୍ତି । ଜାତୀୟ ଦଳ ବିଜେପି ଓ କଂଗ୍ରେସକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଟାର୍ଗେଟ କରିଛନ୍ତି । କେନ୍ଦ୍ର ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେବା ପାଇଁ ପ୍ରତିଶୃତି ଦେଇିଥିଲା । ଉଭୟ ବିଜେପି ଓ କଂଗ୍ରେସ ନିର୍ବାଚନୀ ଇସ୍ତାହାରରେ ମଧ୍ୟ ଏକଥାକୁ ରଖିଥିଲେ । କିନ୍ତୁ ନିର୍ବାଚନ ଜିତିବା ପରେ ଏହାକୁ ଭୁଲି ଯାଇଥିଲେ । ପୂର୍ବରୁ କଂଗ୍ରେସ ସରକାର ମଧ୍ୟ ରିମୋର୍ଟ କଣ୍ଟ୍ରୋଲରେ ଚାଲୁଥିଲା ବୋଲି ସେ କହିଛନ୍ତି । ତେବେ ଆଞ୍ଚଳିକ ଦଳ ହିଁ ରାଜ୍ୟବାସୀଙ୍କ ପାଇଁ ଲଢେଇ କରେ । ଆଞ୍ଚଳିକ ଦଳ ହିଁ ରାଜ୍ୟକୁ ସୁରକ୍ଷା ଦେଇପାରିବ । ବିଜେଡି ଓଡ଼ିଶାବାସୀଙ୍କ ପାଇଁ ଲଢିବ । ସବୁବେଳେ ଓଡ଼ିଶାର କଥା କେନ୍ଦ୍ର ଆଗରେ ଉଠାଇବ ବୋଲି ଦଳୀୟ କାର୍ଯ୍ୟକର୍ତ୍ତା ତଥା ଓଡ଼ିଶାର ଯୁବପିଢୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇଛନ୍ତି ।
ଆଜିର ଏହି ବୈଠକରେ ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି, ମହାସଚିବ, ବରିଷ୍ଠ ଉପସଭାପତି ସାମିଲ ହୋଇଥିଲେ । ଏହାସହ ୩୫ଟି ସାଂଗଠନିକ ଜିଲ୍ଲାର ସମସ୍ତ ସଭାପତି ଏହି ବୈଠକରେ ଯୋଗ ଦେଇଥିଲେ । ଯୁବ ସଂଗଠନର ନବକଳେବର ପରେ ଏହା ପ୍ରଥମ କାର୍ଯ୍ୟକାରିଣୀ ବୈଠକ ।

Related posts

୨ ବିଦ୍ରୋହୀଙ୍କୁ ଦଳରୁ ନିଲମ୍ବନ କଲା କଂଗ୍ରେସ

mahabharatanews

କଂଗ୍ରେସକୁ ପାଣ୍ଠି ଦେଉଛି ଚୀନ: ବିଜେପି

mahabharatanews

ଦଳିତ, ନିଷ୍ପେସିତ, ବଞ୍ଚିତଙ୍କ ସ୍ୱର କୁହାଯାଉଥିବା କେନ୍ଦ୍ର ମନ୍ତ୍ରୀ ରାମ ବିଲାସ ପାଶ୍ୱାନଙ୍କ ଦେହାନ୍ତ

mahabharatanews

Leave a Comment