ଓଡିଶା

ଶ୍ରମିକଙ୍କ ସାମାଜିକ ସୁରକ୍ଷା ପାଇଁ କଲ୍ୟାଣ ବୋର୍ଡ଼ ଗଠନ

(ମହାଭାରତ)ଭୁବନେଶ୍ୱର: ପେନସନ ସପ୍ତାହ ଉପଲକ୍ଷେ ରାଜ୍ୟସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମାନ୍ୟବର ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗ ଦେଇ ଶ୍ରମିକ ମାନଙ୍କର ସାମାଜିକ ସୁରକ୍ଷାକୁ ସୃଦୃଢ ଓ ସଂଗଠିତ କରିବା ପାଇଁ ଏବଂ ବିଭିନ୍ନ କଲ୍ୟାଣକାରୀ ଯୋଜନାର ଲାଭ ଯେପରି ସମସ୍ତ ଉଠାଇ ପାରିବେ ସେ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହା ସହ ରାଜ୍ୟରେ କାର୍ଯ୍ୟରତ ଲକ୍ଷ ଲକ୍ଷ ଅଣସଂଗଠିତ ଶ୍ରମିକ ମାନଙ୍କ ସାମାଜିକ କଲ୍ୟାଣକୁ ଆଖି ଆଗରେ ରଖି ଓଡ଼ିଶା ଅଣସଂଗଠିତ ସାମାଜିକ ସୁରକ୍ଷା କଲ୍ୟାଣ ବୋର୍ଡ଼ ଗଠନ କରାଯାଇଛି । ଅଣ ସଂଗଠିତ ସାମାଜିକ ସୁରକ୍ଷା କଲ୍ୟାଣ ବୋର୍ଡ଼ ପକ୍ଷରୁ ଦୁର୍ଘଟଣା ଜନିତ ମୃତ୍ୟୁ ସହାୟତା ଓ ଚିକିତ୍ସା ସହାୟତା ପ୍ରଦାନ କରାଯାଉଛି । ଏତଦ ବ୍ୟତୀତ, ନିର୍ମାଣ ଶ୍ରମିକମାନେ ଅଣ ସଂଗଠିତ ତାଲିକାଭୁକ୍ତ ଅଟନ୍ତି,ସେମାନଙ୍କର କଲ୍ୟାଣ ପାଇଁ ରାଜ୍ୟ ସରକାର ନିର୍ମାଣ ଶ୍ରମିକ ଯୋଜନାରେ ୨୯ଲକ୍ଷ ହିତାଧିକାରୀଙ୍କୁ ପଂଜିକୃତ କରିଥିବା ବେଳେ ୧୭ଟିକଲ୍ୟାଣକାରୀ ଯୋଜନା ମାଧ୍ୟମରେ ୧୪୭୦କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ।

ଅଣ ସଂଗଠିତ ସାମାଜିକ ସୁରକ୍ଷା କଲ୍ୟାଣ ଆଇନ ୨୦୦୮ ଅନୁସାରେ କେନ୍ଦ୍ରସରକାର ୨ଟି ପେନସନ ଯୋଜନା ଯଥା: ଅଣସଂଗଠିତ ଶ୍ରମିକ ମାନଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା ଓ ବ୍ୟବସାୟୀ ଓ ସ୍ୱରୋଜଗାରୀ ମାନଙ୍କ ନିମନ୍ତେ ଜାତୀୟ ପେନସନ ଯୋଜନା ପ୍ରଣୟନ କରିଛନ୍ତି । ଏହା ଦ୍ୱାରା ୬୦ବର୍ଷ ବୟସ ପୂରା ହେବା ପରେ ଉକ୍ତ ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀ ମାସିକ ୩ହଜାର ଟଙ୍କାର ପେନସନ ପାଇବାର ବ୍ୟବସ୍ଥା ଅଛି । ଏହା ନିଶ୍ଚିତ ରୂପେ ବାର୍ଦ୍ଧକ୍ୟ ସମୟରେ ଶ୍ରମିକ ମାନଙ୍କର ସମାଜିକ ନିରାପତ୍ତାର ସୁରକ୍ଷା ଦିଗରେ ସହାୟକ ହେବ ।
ଏହି ରାଜ୍ୟ ସ୍ତରୀୟ ସଚେତନତା ଶିବିର ଏବଂ ଜିଲ୍ଲାସ୍ତରୀୟ ସଚେତନତା ଶିବିରରୁ ହିତାଧିକାରୀ ଭାଇ ଭଉଣୀ ମାନେ ଲାଭ ଉଠାନ୍ତୁ ଏବଂ ଅଧିକରୁ ଅଧିକ ଅଣସଂଗଠିତ ଶ୍ରମିକ ଭାଇ ଭଉଣୀମାନେ ଏହି ଯୋଜନାରେ ସାମିଲ ହୋଇ ନିଜର ସାମାଜିକ ସୁରକ୍ଷାକୁ ସୁଦୃଢ କରାନ୍ତୁ ।

Related posts

ଡାନିଙ୍କ ପ୍ରୟାସରେ ରଙ୍ଗିନ କଳିଙ୍ଗ ନଗର

mahabharatanews

ଗରିବ ଅସହାୟଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

mahabharatanews

ପୁର୍ବ ଭଳି ତୃତୀୟ ପର୍ୟ୍ୟାୟ ଲକ୍ ଡାଉନ୍ କୁ ମାନିବାକୁ ପୁରୀ ଜିଲ୍ଲା ବାସୀଙ୍କୁ କହିଛନ୍ତି ଜିଲ୍ଲାପାଳ

mahabharatanews

Leave a Comment