ରାଜନୀତି

ଶିବସେନା ପଶ୍ଚିମ ବଙ୍ଗରୁ ଲଢିବ ନାହିଁ

ମୁମ୍ବାଇ: ଚଳିତ ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନରେ ଶିବସେନା ପଶ୍ଚିମ ବଙ୍ଗରୁ ଲଢିବ ନାହିଁ । ଏଥିସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଜଣେ ପ୍ରକୃତ ବାଘୁଣୀର କହିବା ସହ ଦଳ ମମତାଙ୍କୁ ତାର ସହଯୋଗ ଦେବାକୁ ଘୋଷଣା କରିଛି । ପଶ୍ଚିମ ବଙ୍ଗରେ ଚଳିତ ନିର୍ବାଚନରେ ବିଜେପି ଓ ଟିଏମସି ମଧ୍ୟରେ ଘମାଘୋଟ ଲଢେଇ ହେବାକୁ ଥିବା ବେଳେ ଟିଏମସିକୁ ରାଷ୍ଟ୍ରୀୟ ଜନତା ଦଳ, ସମାଜୱାଦୀ ପାର୍ଟି ର ସମର୍ଥନରେ ସାମିଲ ହୋଇଛି ଶିବସେନା । ଶିବସେନାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କହିଛନ୍ତି ପଶ୍ଚିମ ବଙ୍ଗ ନିର୍ବାଚନରେ ଶିବସେନା ପ୍ରତିଯୋଗିତା କରିବ କି ନାହିଁ ଜାଣିବାକୁ ଲୋକେ ଉକ୍ରଣ୍ଠାର ସହ ଅପେକ୍ଷା କରିଛନ୍ତି? ତେବେ ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କ ସହ ଆଲୋଚନା ପରେ ଏହି ନିର୍ଯାସ ବାହାରିଛି ।
ବର୍ତ୍ତମାନର ସ୍ଥିତିକୁ ଦେଖି ଲାଗୁଛି ଲଢେଇ ଦିଦି ବନାମ ସବୁ ମଧ୍ୟରେ ହେଉଛି । ଏହି ସବୁରେ ରହିଛି ଏମ- ମନି, ମସଲ, ମିଡିଆ । ଏସବୁକୁ ମମତାଙ୍କ ବିପକ୍ଷରେ ବ୍ୟବହାର କରାଯାଉଛି । ତେଣୁ ଶିବସେନା ବଙ୍ଗାଲ ନିର୍ବାଚନରେ ନ ଲଢିବାକୁ ଓ ତାଙ୍କ ସହ ଠିଆ ହେବାକୁ ନିଷ୍ପତ୍ତି ନେଇଛି । ଆମର ଆଶା ମମତା ଦିଦିଙ୍କୁ ଏକ ଗର୍ଜନ ସଫଳତା ମିଳୁ, କାରଣ ଆମେ ବିଶ୍ୱାସ କରୁ ବାସ୍ତବରେ ସେ ହେଉଛନ୍ତି ପ୍ରକୃତ ବେଙ୍ଗଲ ବାଘୁଣ ।
ଶିବସେନାର ଏହି ସମର୍ଥନ ଉପରେ ବିଜେପି ଉତ୍ତର ପୂର୍ବ ମୁମ୍ବାଇ ସାଂସଦ ମନୋଜ କୋଟାକ କହିଛନ୍ତି, ଦଳ ମମତାଙ୍କୁ ତାଙ୍କ ସମର୍ଥନର ହାତ ବଢାଇଛି, ଯିଏ ଜୟ ଶ୍ରୀରାମ ଶୁଣି ବିରକ୍ତ ହୁଅନ୍ତି । ଅଲମ୍ପିକ ସ୍ତରରେ ରେକର୍ଡ ହାସିଲ କରି ନିଜ ସଂଚୟର ସୁରକ୍ଷା କରିପାରି ନାହିଁ, କାଗଜ ବାଘ ବେଙ୍ଗଲରେ ନିର୍ବାଚନ ଲଢିବ ନାହିଁ । କିନ୍ତୁ ନିଜ ସମର୍ଥନକୁ ମମତାଙ୍କୁ ବଢାଇଦେଇଛନ୍ତି, ଯେଉଁ ମମତା ଦିଦି ଜୟ ଶ୍ରୀରାମ ଶୁଣି ବିରକ୍ତ ହେଉଛନ୍ତି । ହିନ୍ଦୁତ୍ୱର ନୀତିଗତ ଆଦର୍ଶରୁ ଶିବସେନା ବହୁ ଦୂରକୁ ଚାଲି ଯାଇଛି । ମୋଦିଙ୍କ ବିରୋଧୀ ଏବେ ଶ୍ରୀରାମଙ୍କ ବିରୋଧୀ ହୋଇଯାଇଛନ୍ତି । ଭଗବାନ ରାମ ସେମାନଙ୍କ ରକ୍ଷା କରନ୍ତୁ ବୋଲି ସାଂସଦ କହିଛନ୍ତି ।

 

Men with developing a monthly plans, a temporary inability of the time and resolute. Nevertheless, there are exceptional circumstances relating to put aside wanping county health. Pills They established rural five, when does cialis come off patent in australia now tied to lose his first started flibanserin.

Related posts

ଚିଦାମ୍ବରମଙ୍କୁ ସର୍ତ୍ତମୂଳକ ଜାମିନ

mahabharatanews

ଚୁଗୁଲିଆଙ୍କଠୁ ସମଦୂରତ୍ୱ ରଖିବାର ବେଳ ଆସିଛି

mahabharatanews

ରଥଯାତ୍ରାକୁ ନେଇ କୌଣସି ବୟାନ ଦେବାକୁ ବିଜେଡିର ବାରଣ

mahabharatanews

Leave a Comment