ରାଜନୀତି

ରାଜନୀତିରୁ ଶଶୀକଳାଙ୍କ ସନ୍ୟାସ

ଚେନ୍ନାଇ: ଆଗକୁ ତାମିଲନାଡୁର ବିଧାନସଭା ନିର୍ବାଚନ । କିନ୍ତୁ ମେ ୬ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ଏହା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ଗତା ଜୟ ଲଲିତାଙ୍କ ସବୁଠାରୁ ବିଶ୍ୱସ୍ଥ ସହଯୋଗୀ ଶଶୀକଳା (ଚିନ୍ନାମା) ରାଜନୀତିରୁ ସନ୍ୟାସ ନେବାର ଘୋଷଣା କରିଛନ୍ତି । ତେବେ ସେ ଏଆଇଏଡିଏମକେ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ରାଜ୍ୟରେ ଏଆଇଏଡିଏମକେର ବିଜୟ ଜରୁରୀ । ସମସ୍ତ କର୍ମକର୍ତ୍ତା ଡିଏମକେକୁ ହରାଇବା ପାଇଁ ଏକ ମନ ହୋଇ କାର୍ଯ୍ୟ କରନ୍ତୁ ।
ଏଆଇଏଡିଏମକେର ଏହି ନେତ୍ରୀଙ୍କୁ ଆୟ ବର୍ହିଭୂତ ସମ୍ପର୍ତ୍ତି ଠୁଳ ଅଭିଯୋଗରେ ୪ ବର୍ଷ ଜେଲ ଦଣ୍ଡ ହୋଇଥିଲା । ତେବେ ଜୟ ଲଳିତାଙ୍କ ପୂର୍ଣ୍ଣତିଥି ଅବସରରେ ଜାନୁଆରୀ ୨୬ ତାରିଖରେ ସେ ଜେଲରୁ ମୁକୁଳିଥିଲେ । ଏହା ପରେ ଆଶା କରାଯାଉଥିଲା ସେ ରାଜନୀତିରେ ପୁନଃ ସକ୍ରିୟ ରହିବେ । କିନ୍ତୁ ସମସ୍ତ କଳ୍ପନାଜଳ୍ପନାକୁ ଭୁଲ ପ୍ରମାଣିତ କରି ସେ ସନ୍ୟାସ ନେଉଥିବା ଘୋଷଣା କରିଛନ୍ତି ।

Related posts

ସୋରେନଙ୍କ ଶପଥ ଗ୍ରହଣ ପୁର୍ବରୁ ମାଓବାଦୀଙ୍କ ବିସ୍ଫୋରଣ

mahabharatanews

୪ ବିଧାୟକଙ୍କ ଇସ୍ତଫା ପରେ ନାରାୟଣ ସାମୀ ଚିନ୍ତାରେ

mahabharatanews

ପ୍ରବାସୀ ଶ୍ରମିକଙ୍କ ରେଳ ଭଡ଼ା ଦେବ କଂଗ୍ରେସ

mahabharatanews

Leave a Comment