ଅପରାଧ

ବ୍ରେନ ମ୍ୟାପିଂ ପାଇଁ  ମନା କଲା ସରୋଜ 

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ପରୀ ହତ୍ୟା ଘଟଣାରେ ଆଜି ମଧ୍ୟ ଏସଆଇଟି ଆବେଦନରେ ଅମଙ୍ଗ ଅଭିଯୁକ୍ତ । ଆଜି ପରୀ ହତ୍ୟାକାଣ୍ଡର ଅଭିଯୁକ୍ତ ସରୋଜ ସେଠୀ ବ୍ରେନ ମ୍ୟାପିଂ ପାଇଁ ମନା କରି ଦେଇଛି । ଜୁଭେନାଇଲ ଜଷ୍ଟିସ ବୋର୍ଡଙ୍କ ନିକଟରେ ସେ ଟେଷ୍ଟ ପାଇଁ ମନା କରିଛି । ଆଜି ସରୋଜକୁ ବୋର୍ଡଙ୍କ ସମ୍ମୁଖରେ ହାଜର କରାଯାଇଛି । ଏସଆଇଟି କରିଥିବା ବ୍ରେନ ମ୍ୟାପିଂ ଆବେଦନ ଉପରେ ବୋର୍ଡଙ୍କ ରାୟ ଆସିବାର ଥିଲା, କିନ୍ତୁ ସରେଜ ଏଥିରେ ବି ଅରାଜି ହୋଇଛି । ସେ ବ୍ରେନ ମ୍ୟାପିଂ କରାଇବ ନାହିଁ ବୋଲି ବୋର୍ଡଙ୍କ ସମ୍ମୁଖରେ କହିଛି । ଏହା ପୂର୍ବରୁ ମଧ୍ୟ ଏସଆଇଟି କରିଥିବା ନାର୍କୋ ଟେଷ୍ଟରେ ସରୋଜ ଅମଙ୍ଗ ହୋଇଥିଲା । ଫଳରେ ଏହି ଟେଷ୍ଟ ପାଇଁ ଏସଆଇଟିକୁ ଅନୁମତି ମିଳିନଥିଲା ।
ପରୀ ହତ୍ୟା ମାମଲାରେ ଗିରଫ ସରୋଜକୁ ଏସଆଇଟି ସାବାଳକ ବୋଲି ଦର୍ଶାଇଥିବା ବେଳେ କିନ୍ତୁ ପକ୍ସୋ କୋର୍ଟରେ ସରୋଜର ଓକିଲ ତାର ସ୍କୁଲ ସାର୍ଟିଫିକେଟ ଓ ବାର୍ଥ ସାର୍ଟିଫିକେଟ ଦାଖଲ କରି ସେ ନାବାଳକ ବୋଲି ଦର୍ଶାଇଥିଲେ । ଏହା ପରେ ପକ୍ସୋ କୋର୍ଟ ସରୋଜକୁ ବାଳ ସୁଧାର ଗୃହକୁ ପଠାଇଦେବା ସହ ତାର ମାମଲା ଜୁଭେନାଇଲ ବୋର୍ଡଙ୍କ ଦ୍ୱାରା କରାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଏସଆଇଟି ସୁଭେନାଇଲ କୋର୍ଟରେ ସରୋଜର ନାର୍କୋଟେଷ୍ଟ ପାଇଁ ଆବେଦନ କରିଥିଲେ । କିନ୍ତୁ ସରୋଜ ଏଥିରେ ରାଜି ହୋଇ ନ ଥିଲା । ଏହାପରେ ଏସଆଇଟି ତାର ବ୍ରେନ ମ୍ୟାପିଂ ପାଇଁ ଆବେଦନ କରିଥିଲା ।

Related posts

ବିବାହ ପ୍ରଲୋଭନ ଦେଖାଇ ୩ ସନ୍ତାନର ବାପା କଲା ଦୁଷ୍କର୍ମ

mahabharatanews

ଅସଦାଚାର ଅଭିଯୋଗ: ଉନ୍ନାଓ ପୁଲିସ କହିଲା ଦୁଷ୍କର୍ମ ହେଲେ ଦେଖିବୁ

mahabharatanews

ଦୁଇ ନିଶା ବେପାରୀଙ୍କ ମଧ୍ୟରେ ମାରପିଟ୍

mahabharatanews

Leave a Comment