ଶ୍ରୀନଗର: ଭାରତ ପାକିସ୍ତାନ ସୀମାରେ ବିରାଟ ସୁଡଙ୍ଗ । ଏହି ସୁଡଙ୍ଗକୁ ଆଜି ବିଏସଏଫ ଠାବ କରିଛି । ସୁଡଙ୍ଗ ପାକିସ୍ତାନ ଦ୍ୱାରା ପ୍ରସ୍ତୁତ କରାଯାଇଛି, ଯେଉଁ ମାଧ୍ୟମରେ ଭାରତକୁ ଆତଙ୍କବାଦୀ ପଠାଇ ପାକିସ୍ତାନ ଭାରତରେ ହିଂସା ସୃଷ୍ଟି କରି ପାରିବ । ସୁଡଙ୍ଗ ଭାରତରୁ ପାକିସ୍ତାନ ପର୍ଯ୍ୟନ୍ତ ଲମ୍ବିଛି । ଜମ୍ମୁ ଡିଭିଜନର ସାମ୍ବା ସେକ୍ଟର ସ୍ଥିତ ଏଲଓସିରେ ପାଟ୍ରୋଲିଂ ବେଳେ ବିଏସଏଫ ଯବାନମାନେ ସୁଡ଼ଙ୍ଗକୁ ଠାବ କରିଛନ୍ତି।
ସାମ୍ବା ସେକ୍ଟର ବୋବିୟାନ ଗାଁରେ ବିଏସଏଫ ଏହି ସୁଡଙ୍ଗ ଠାବ କରିଛି । ଏହା ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କରାଯାଇଛି। ସେହିପରି ସୁଡ଼ଙ୍ଗ ଠାବ ହୋଇଥିବା ସ୍ଥାନରେ ବରିଷ୍ଠ ଅଧିକାରୀ ଓ ପୁଲିସ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ଏହି ଅଞ୍ଚଳରେ ଆଉ କିଛି ସୁଡ଼ଙ୍ଗ ଥିବା ଆଶଙ୍କାରେ ସର୍ଚ୍ଚ ଅପରେସନକୁ ଜୋରଦାର ମଧ୍ୟ କରାଯାଇଛି।
previous post
next post