କଟକ: ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ଆଜି ପରଲୋକ ହୋଇଛି । ଆଜି ଅପରାହ୍ନ ୪.୧୫ ମିନିଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏସସିବି ମେଡିକାଲରେ ତାଙ୍କ ପରଲୋକ ହୋଇଛି । କରୋନା ଆକ୍ରାନ୍ତ ହୋଇ ସେ ୨୦ ଦିନ ହେବ ଏସସିବିରେ ଚିକିତ୍ସିତ ହୋଇ ଆସୁଥିଲେ । କିନ୍ତୁ ଆଜି ସେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ତାଙ୍କ ପରଲୋକ ପରେ ଏସସିବି ଜରୁରୀକାଳୀନ ଅଧିକାରୀ ଡା ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି ।
ପଦ୍ମଶ୍ରୀ ପ୍ରକାଶ ରାଓ ସମାଜ ସେବା କ୍ଷେତ୍ରରେ କାର୍ଯ୍ୟକରି ଆସୁଥିଲେ । କଟକରେ ସେ ଏକ ଚା ଦୋକାନ କରି ପେଟ ପୋସିବା ସହ ଅସହାୟ ଗରିବ ପିଲାଙ୍କ ପାଇଁ ମଧ୍ୟ ସାଜିଥିଲେ ଦେବଦୁତ । ସେ ବସ୍ତୀ ପିଲାଙ୍କୁ ନିଜ କଷ୍ଟ ଅର୍ଜିତ ଅର୍ଥରେ ଶିକ୍ଷାଦନା କରୁଥିଲେ । ତାଙ୍କ ଉଦ୍ୟମରେ ମଧ୍ୟ ବସ୍ତୀ ପିଲାଙ୍କ ପାଇଁ ତିଆରି କରିଥିଲେ ଏକ ସ୍କୁଲ । ଏହା ବ୍ୟଥୀତ ସ ୨୦୦ରୁ ଅଧିକ ଥର ରକ୍ତଦାନ କରିଛନ୍ତି । ସ୍ୱର୍ଗତ ରାଓ ଜଣେ ଅମାୟିକ, ସରଳ ବ୍ୟକ୍ତିତ୍ୱ ଥିଲେ ।
previous post