ପ୍ରଯୁକ୍ତି ଯୋଗାଯୋଗ ଵାଣିଜ୍ୟ

ବୁଲେଟ୍ ଟ୍ରେନ୍ ପରେ ଆସୁଛି ମ୍ୟାଗଲୋବ୍ ଟ୍ରେନ୍

(ନୂଆଦିଲ୍ଲୀ): ବୁଲେଟ୍ ଟ୍ରେନ୍ ପରେ ଇଣ୍ଡିଆକୁ ଆସୁଛି ମ୍ୟାଗଲୋବ୍ ଟ୍ରେନ୍ । ଏଥିପାଇଁ ଭାରତୀୟ କମ୍ପାନୀ ଭେଲ୍, ସ୍ୱିସ୍ ରାପିଡେ ଏଜି ସହିତ ଚୁକ୍ତି କରିଛନ୍ତି ମୋଦୀ ସରକାର । ଏହି ମ୍ୟାଗଲୋବ୍ ଟ୍ରେନ୍ ମାତ୍ର ଅଧଘଣ୍ଟାରେ ମୁମ୍ୱାଇରୁ ଚଣ୍ଡିଗଡ଼ ପହଞ୍ଚିବ । ଏନେଇ ଭାରତ ହେଭି ଇଲେକ୍ଟ୍ରିକ୍ ଲିମିଟେଡ୍, ଭେଲ୍ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଏହି ଟ୍ରେନର ବିଶେଷତା ହେଲା ଏହା ଟ୍ରେନ୍ ଚୁମ୍ୱକୀୟ ଶକ୍ତି ସହାୟତାରେ ଚାଲିବ । ମ୍ୟାଗ୍ନେଟିକ୍ ଲେଭିଟେସନ୍ ସହାୟତାରେ ଟ୍ରେନ୍ ଚଳାଇବା ପାଇଁ ରେଳ ମନ୍ତ୍ରାଳୟ ପିପିପି ମୋଡରେ ମ୍ୟାଗ୍ନେଟ୍ ଟ୍ରେନ୍ ସିଷ୍ଟମର ଯୋଜନା କରିଛନ୍ତି । ଏହି ଟ୍ରେନ୍ ଘଣ୍ଟା ପ୍ରତି ୫୦୦ରୁ ୮୦୦ କିମି ବେଗରେ ଚାଲିପାରିବ ।
ସୂତ୍ର ଅନୁସାରେ କେନ୍ଦ୍ର ସରକାର ପକ୍ଷରୁ ବେଙ୍ଗାଲୁରୁ-ଚେନ୍ନାଇ, ହାଇଦ୍ରାବାଦ୍-ଚେନ୍ନାଇ, ଦିଲ୍ଲୀ-ଚଣ୍ଡିଗଡ଼ ଏବଂ ନାଗପୁର-ମୁମ୍ୱାଇ ମଧ୍ୟରେ ଏହି ମ୍ୟାଗଲୋବ୍ ଟ୍ରେନ୍ ଚଳାଇବାକୁ ଯୋଜନା ହୋଇଛି । ସାରା ବିଶ୍ୱରେ ବହୁତ କମ୍ କିଛିଟା ହାତ ଗଣତି ଦେଶରେ ମ୍ୟାଗଲୋବ୍ ଟ୍ରେନର ବୈଷୟିକ ଜ୍ଞାନ ରହିଛି । ଯେପରିକି ଜର୍ମାନୀ, ଚୀନ, ଜାପାନ, ଦକ୍ଷିଣ କୋରିଆ ଏବଂ ଆମେରିକା ।
ଏହି ମ୍ୟାଗଲୋବ୍ ଟ୍ରେନ୍ ର ଦୂରତା ପ୍ରାୟ ୩୮ କିମି ହୋଇଥିବା ବେଳେ ବର୍ତ୍ତମାନ ବିଶ୍ୱର ତିନୋଟି ରାଷ୍ଟ୍ର ଚୀନ, ଦକ୍ଷିଣ କୋରିଆ ଏବଂ ଜାପାନରେ ଏହି ମ୍ୟାଗଲୋବ୍ ଟ୍ରେନ୍ ଚଳାଚଳ କରୁଛି । ମୋଦୀ ସରକାର ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ଅଭିଯାନକୁ ନଜରରେ ରଖି ଭେଲ୍ ସ୍ୱିସ୍ ରାପିଡେ ଏଜି ସହିତ ଏହି ଚୁକ୍ତି କରିଛନ୍ତି । ମ୍ୟାଗଲୋବ୍ ଟ୍ରେନ୍ ଚଳାଚଳ କଲେ ଭାରତୀୟ ରେଳ ଇତିହାସରେ ଏହା ନୂଆ ଫର୍ଦ୍ଦ ଯୋଡିବ ।

Related posts

ପୁଣି ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି

mahabharatanews

କର୍ମଚାରୀ ଘରୁ କାମ କରିବାକୁ ଟ୍ୱିଟର ଦେଲା ଅନୁମତି

mahabharatanews

ଭାରତରେ କୋଭିସିଲ୍ଡ ଟିକା ପରୀକ୍ଷା ସ୍ଥଗିତ

mahabharatanews

Leave a Comment