ଓଡିଶା

ଗଜଦନ୍ତ ପଲଙ୍କ ଛାଡି କମ୍ବଳ ଓ ବେଡସିଟରେ ଶୋଇଲେ ପାଠକ ବାପ ପୁଅ

ଭୁବନେଶ୍ୱର/ସରୋଜ ରାଉତ: ଭାଗ୍ୟର ବିଡମ୍ବନା । ରାଜକୀୟ ଠାଣିରେ ଜୀବନ ବିତେଇଥିବା ଆଇଏଏଫ ଅଧିକାରୀ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ନୂଆ ଠିକଣା ପାଲଟିଛି ଝାରପଡା ଜେଲ । ବଡବଡ ହୋଟେଲର କଣ୍ଟିନେଣ୍ଟାଲ ଖାଦ୍ୟ ଖାଉଥିବା ବାପ ପୁଅଙ୍କୁ ଜେଲର ଖାଦ୍ୟ ଖାଇବାକୁ ପଡୁଛି । ଗଜଦନ୍ତ ପଲଙ୍କ ଭିନ୍ନ ସୁଖ ନିଦ୍ରା ହେଉନଥିଲା,କିନ୍ତୁ ଗତକାଲି ଝାରପଡା ଜେଲରେ ଅନ୍ୟ କଏଦୀଙ୍କ ପରି କମ୍ବଳ ବେଡସିଟରେ ଶୋଇବାକୁ ହୋଇଛି ।
ହଁ ଗତକାଲି ଉଭୟ ପାଠକ ବାପ ପୁଅ ଗିରଫ ହେବା ପରେ ସେମାନଙ୍କୁ ଜୁଡିସିଆଲ କଷ୍ଟଡିକୁ ପଠାଇଦେଇଥିଲେ କୋର୍ଟ । ଏହା ପରେ ସେମାନଙ୍କୁ ସନ୍ଧ୍ୟାରେ ଝାରପଡା ନିଆଯାଇଥିଲା । ଗତକାଲି ରାତିରେ ଜେଲର ଶୁଖିଲା ରୁଟି ଓ ସନ୍ତୁଳା ଖାଇଥିବା ବେଳେ ସକାଳୁ ଉପମା ଓ ମଟର ତରକାରୀ ଖାଇବାକୁ ବାଧ୍ୟ ହୋଇଛନ୍ତି ଉଭୟ । ଆଜି ମଧ୍ୟାହ୍ନରେ ସେମାନେ ଖାଇବେ ଭାତ ବା ରୁଟି, ଏଥିସହ ଡାଲି ଓ ଏକ ମିକ୍ସ ତରକାରୀ ଖାଇବେ । ସେହି ପରି ରାତିରେ ରୁଟି ଡାଲମା ବା ସନ୍ତୁଳା ମିଳିବ ।
ବିଭିନ୍ନ ତାରକା ହୋଟେଲରେ ଖାଉଥିବା, ବିମାନ ଯାତ୍ରା କରୁଥିବା କୋଟିପତି ବାପା ପୁଅଙ୍କୁ କୋଟି କୋଟି ଟଙ୍କା ଜାଲିଆତି ଅଭିଯୋଗରେ ଭିଜିଲାନ୍ସ ଗତକାଲି ଗିରଫ କରିଥିଲା । ବାପା ଅଭୟ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡିବା ପରେ ଉଭୟଙ୍କ ରାଜକୀୟ ଜୀବନ ଶୈଳୀର ଗୁମର ଖୋଲିଥିଲା, ଯାହା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ୧୩ଟି ସ୍ଥାନରେ କୋଠାବାଡି ସହ କୋଟି କୋଟି ଟଙ୍କାର ମାଲିକ ଉଭୟ ବାପପୁଅ । ପୁଅ ଆକାଉଣ୍ଟରେ ୯ କୋଟିରୁ ଊଦ୍ଧ୍ୱର୍ ଟଙ୍କା ଗଚ୍ଛିତ ଥିବା ବେଳେ କରୋନା କଟକଣା ମଧ୍ୟରେ ଚାଟାର୍ଡ ପ୍ଲେନରେ ୫ କୋଟି ଟଙ୍କା ଖର୍ଚ୍ଚ ପରି ବିଭିନ୍ନ ସମୟରେ ଦେଶ ଭିତରେ ଯାତ୍ରା କରିଥିବା ସୂଚନା ରହିଛି ।

SR

Related posts

କୋଭିଡ ୧୯ ସମୟରେ ଦେଶରେ ନିରନ୍ତର ସେବା ଯୋଗାଉଛି ଏନଟିପିସି: ସିଏମ୍ଡି ଗୁରୁଦୀପ ସିଂ

mahabharatanews

ଅଖାଦ୍ୟ ଖାଇ ୯୦ ଛାତ୍ରଛାତ୍ରୀ ଅସୁସ୍ଥ

mahabharatanews

ପରକୀୟା ପ୍ରିତୀରେ ହଟହଟା ପ୍ରେମୀ ଯୁଗଳ

mahabharatanews

Leave a Comment