ଓଡିଶା

ଓଲଟିଲା ପ୍ରିନ୍ସ: ୧୦ ଯାତ୍ରୀ ଆହତ

କେନ୍ଦ୍ରାପଡ଼ା: ଏକ ଯାତ୍ରୀବାହୀ ବସ ଓଲଟି ପଡିବାରୁ ୧୦ ଯାତ୍ରୀ ଆହତ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆଜି ସକାଳୁ ଜିଲ୍ଲା ମହାକାଳପଡ଼ା କୁମ୍ଭାରୁଣୀଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି ।
ଆଜି ସକାଳୁ ସକାଳୁ ‘ପ୍ରିନ୍ସ’ ନାମକ ଘରୋଇ ବସ୍ ମହାକାଳପଡ଼ା ସୁନିତି ବେଣାକନ୍ଦାରୁ କଟକ ଅଭିମୁଖେ ଆସୁଥିଲା। ବସ୍‌ରେ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ। ବସ୍ ଏକ ବୁଲାଣି ପାର କରୁଥିବା ବେଳେ ଡ୍ରାଇଭର ବସ ଉପରୁ ଭାରସାମ୍ୟ ହରାଇ ବିଲ ମଧ୍ୟକୁ ଓଲଟି ପଡ଼ିଥିଲା। ଫଳରେ ୧୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିଲେ। ଖବର ପାଇ ପୁଲିସ୍ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ଡ୍ରାଇଭରଙ୍କ ବଦଳରେ କଣ୍ଟକ୍ଟର ବସ୍ ଚଳାଉଥିବାରୁ ଦୁର୍ଘଟଣା ଘଟିଥିବା ବସ୍ର ଜଣେ ଯାତ୍ରୀ କହିଛନ୍ତି । ଏହି ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

 

Related posts

ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଆହ୍ୱାନ

mahabharatanews

ଗୋଟିଏ ଦିନରେ ଭୁବନେଶ୍ୱରରୁ ଆଉ ୧୧୧ କରୋନା ଚିହ୍ନଟ

mahabharatanews

ଟ୍ରକ୍କୁ ଧକ୍କା ଦେଲା କାର, ଜଣେ ମୃତ

mahabharatanews

Leave a Comment