ଓଡିଶା

ପୋଲ ଭୁଶୁଡିବା ଘଟଣା: ସମ୍ପୃକ୍ତଙ୍କ ବିରୋଧରେ ଫୌଜଦାରୀ ମାମଲା କରିବାକୁ ଦାବି

ଭୁବନେଶ୍ୱର: ଉମରକୋଟରେ ନିର୍ମାଣାଧିନ ବିଜୁ ସେତୁ ଭୁଶୁଡ଼ିବା ପରେ ରାଜ୍ୟ ସରକାର ଆକ୍ସନ ମୋଡକୁ ଆସିଛନ୍ତି। ଗତକାଲି ଏହି ସେତୁ ଭୁଶୁଡିବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ସେତୁ ନିର୍ମାଣରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସଂପୃକ୍ତ ଠିକାଦାର ଏବଂ ଅଧିକାରୀଙ୍କ ବିରୋଧରେ ତୁରନ୍ତ ଫୌଜଦାରୀ ମାମଲା ରୁଜୁ କରି ଗିରଫ କରିବାକୁ ଉନ୍ନୟନ କମିଶନର ପ୍ରଦୀପ ଜେନା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେତୁ ଭୁଶୁଡିବାର ତଦନ୍ତ ସର୍ବୋଚ୍ଚ ଯନ୍ତ୍ରୀ ଓ ସୁନାବେଡା ଅଧୀକ୍ଷଣ ଯନ୍ତ୍ରୀ ଘଟଣାସ୍ଥଳକୁ ଯାଇ କରିବାକୁ ମଧ୍ୟ ଜେନାଙ୍କ ନିର୍ଦ୍ଦେଶରେ ରହିଛି ।
ଗତକାଲି ସନ୍ଧ୍ୟା ସ୍ଲାବ ପଡିବା କାମ ହେଉଥିଲା । ଏହି ସମୟରେ ପୋଲଟି ଭୁଶୁଡ଼ି ପଡିଥିଲା। ଫଳରେ ସେଠାରେ କାର୍ଯ୍ୟରତ ୧୪ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି ଓ ୪ଜଣ ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ଗ୍ରାମ୍ୟ ଉନ୍ନୟନ ବିଭାଗର ଚତୁର୍ଥ ଶ୍ରେଣୀ କର୍ମଚାରୀ ମହେନ୍ଦ୍ର ମାଳି। ସମସ୍ତ ଆହତଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।

 

Related posts

କୋଶଲ ୟୁବ ସମନ୍ୱୟ ସମିତି ଉଲୁଣ୍ଡା ତରଫରୁ ରକ୍ତଦାନଶିବିର ଅନୁଷ୍ଠିତ ହୋଇଯାଇଛି

mahabharatanews

ଖମାର ବନବିଭାଗକୁ ବଡ଼ ସଫଳତା

mahabharatanews

ଘୋଷଯାତ୍ରାକୁ ସୁପ୍ରିମକୋର୍ଟଙ୍କ ନା

mahabharatanews

Leave a Comment