Uncategorized

ବିବାଦ ବିବାଦର ଅନ୍ତ: ବାଇଡେନ ନେଲେ ଶପଥ  

ୱାସିଂଟନ: ସମସ୍ତ ବିବାଦ ବିବାଦର ଅନ୍ତ ଘଟିଲା । ଟ୍ରମ୍ପଙ୍କ ଯୁଗର ଅବସାନ ଘଟାଇ ଆମେରିକାରେ ବାଇଡେନ ଯୁଗର ଆରମ୍ଭ ହୋଇଛି । ବୁଧବାର ଭାରତୀୟ ସମୟ ରାତି ୧୦.୧୮ ମିନିଟରେ ବିଶ୍ଵର ସର୍ବଶକ୍ତିଶାଳୀ ଓ ଅନ୍ୟତମ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ସଂଯୁକ୍ତ ରାଷ୍ଟ୍ର ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ ଜୋ ବାଇଡେନ । ରାଜଧାନୀ ଓ୍ଵାଶିଂଟନ ଡିସିର କ୍ୟାପିଟାଲ ହିଲ୍ସରେ ଶପଥ ଗ୍ରହଣ କରିଥିଲେ ୭୮ ବର୍ଷୀୟ ବାଇଡେନ । ଆମେରିକା ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ ଜନ୍ ରବର୍ଟସ ବାଇଡେନଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଥିଲେ। ସେହିପରି ଉପରାଷ୍ଟ୍ରପତି ଭାବେ ଭାରତୀୟ ବଂଶୋଦ୍ଭବ କମଲା ହ୍ୟାରିସ୍ଙ୍କୁ ଶପଥ ପାଠ କରାଇଥିଲେ ସୁପ୍ରିମ କୋର୍ଟର ବିଚାରପତି ବିଚାରପତି ଜଷ୍ଟିସ ସୋନିଆ ସୋଟୋମେୟର୍ । ଏହି ଶପଥଗ୍ରହଣ ଉତ୍ସବରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ବୁଶ୍, ବିଲ୍ କ୍ଲିଣ୍ଟନ ଓ ବାରାକ ଓବାମା ଉପସ୍ଥିତ ଥିଲେ। କମଳା ହାରିସ ଶପଥ ନେବା ପରେ ଜେନିଫର ଲୋପେଜ ଦିସ ଲ୍ୟାଣ୍ଡ ଇଜ ଇୟୋର ଲ୍ୟାଣ୍ଡ ସଂଗୀତ ଗାନ କରିଥିଲେ।
ବାଇଡେନ ନିଜ ପରିବାରରେ ଥିବା ୧୨୭ ବର୍ଷ ପୁରୁଣା ୫ ଇଞ୍ଚ ମୋଟେଇର ବାଇବେଲ୍ ଉପରେ ହାତ ରଖି ଶପଥ ନେଇଥିଲେ। ଏଥିସହ ବାଇଡେନ ଆମରିକାର ସବୁଠାରୁ ବୟସ୍କ ରାଷ୍ଟ୍ରପତି ହେବାର ରେକର୍ଡ କରିଛନ୍ତି। ଏହାକୁ ବାଇଡେନଙ୍କ ପତ୍ନୀ ତଥା ଆମେରିକା ପ୍ରଥମ ମହିଳା ଜିଲ୍ ବାଇଡେନ୍ ଧରିଥିଲେ। ବିଦାୟୀ ଉପରାଷ୍ଟ୍ରପତି ମାଇକ୍ ପେନ୍ସ ବାଇଡେନଙ୍କୁ କ୍ଷମତା ହସ୍ତାନ୍ତର କରିବା ସହ ହ୍ୱାଇଟ ହାଉସରେ ବିଧିବଦ୍ଧ ଭାବେ ପ୍ରବେଶ ପାଇଁ ବାଟ ଦେଖାଇଛନ୍ତି।
ବିଶ୍ୱ ମହାମାରୀ କରୋନା ପାଇଁ ଆମେରିକା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ସେହିପରି ୨ ସପ୍ତାହ ତଳେ କ୍ୟାପିଟଲ୍ ବିଲଡିଂରେ ହିଂସା କାଣ୍ଡ ମଧ୍ୟ ଘଟିଥିଲା। ଏହି କାରଣରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବାଇଡେନଙ୍କ ଶପଥ ପାଠ ଉତ୍ସବ କରାଯାଇଥିଲା। ଏହି ଅବସରରେ ୨୫ ହଜାର ଜାତୀୟ ସୁରକ୍ଷା କର୍ମୀ ରାଜଧାନୀରେ ମୁତୟନ ରହିଥିଲେ ।

 

Related posts

କାରଖାନାରେ ଆମୋନିଆ ଗ୍ୟାସ ଲିକ, ୧ ମୃତ

mahabharatanews

ବିକାଶ ଦୁବେ ଏନକାଉଣ୍ଟରରେ ସାମିଲ କନଷ୍ଟେବଲ କରୋନା ପଜିଟିଭ

mahabharatanews

ମୌଜପୁରରେ ଆଜି ବି ପଥର ମାଡ

mahabharatanews

Leave a Comment