ଅପରାଧ

ଦୁଇ ନିଶା ବେପାରୀଙ୍କ ମଧ୍ୟରେ ମାରପିଟ୍

(ମଧୁସୂଦନ ବହିଦାର/ବଲାଙ୍ଗୀର): ବଲାଙ୍ଗୀର ସହର ମଧ୍ୟରେ ନିଶା କାରବାର ବହୁ ଦିନରୁ ସକ୍ରିୟ ରହିଥିବା ବେଳେ କିଛି ଦିନ ତଳେ ର୍ୟାକେଟର ମାଷ୍ଟର ମାଇଣ୍ଡକୁ ପୋଲିସ ଗିରଫ କରିଥିଲା । ବର୍ତ୍ତମାନ କରୋନା ପାଇଁ ସମସ୍ତ ବେପାର ତଥା ନିଶା କାରବାର ମଧ୍ୟ ଟିକିଏ ଧିମେଇ ଯାଇଛି । ତେବେ ଗତ ୧୬ ତାରିଖ ରାତି ପ୍ରାୟ ୧୦ଟା ବେଳେ ରେଳ ଷ୍ଟେସନ ନିକଟରେ ଦୁଇ ନିଶା ବେପାରୀଙ୍କ ମଧ୍ୟରେ ମାରପିଟ ହୋଇଥିବା ସୂଚନା ମିଳିଛି । ନିଶା ବେପାରୀ ଦୁହେଁ ପ୍ରଶାନ୍ତ କ୍ଷେତୀ ଓ ସୌମ୍ୟ ରଞ୍ଜନ ବୋଲି ଜଣାପଡିଛି । । ପ୍ରଶାନ୍ତକୁ ସୌମ୍ୟ ରଞ୍ଜନର ଗୋଷ୍ଠୀ ବନ୍ଧୁକ ମୁନରେ ଅପହରଣ କରିନେଇ ସଦେଇପାଲି ନିକଟରେ ଥିବା ଏକ ଜଙ୍ଗଲ ଭିତରକୁ ନେଇ ଗଛରେ ବାନ୍ଧି ରାତି ତମାମ ନିସ୍ତୁକ ମାଡ଼ ମାରିଥିଲେ । ସେ ପିନ୍ଧିଥିବା ସୁନା ଚେନ ଓ ସୁନା ମୁଦି ଲୁଟି ନେଇଥିବା ଜଣାପଡ଼ିଛି । ତେବେ ଉକ୍ତ ଘଟଣା କେବଳ ପଇସା ନେଣଦେଣକୁ ନେଇ ଘଟିଥିବା ଘଟଣା ଜଣା ପଡିଛି । ତେବେ ଉକ୍ତ ଘଟଣାରେ ସଂପୃକ୍ତ ଚାରି ଜଣଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ଆଉ ଦୁଇ ଜଣ ଫେରାର ଥିବା ଜଣା ପଡ଼ିଛି । ତାଙ୍କ ଠାରୁ ତିନୋଟି ମଟର ସାଇକେଲ, ୬ ଗୋଟି ମୋବାଇଲ ଓ ଦୁଇଟି ଟାଙ୍ଗିଆ ଜବତ କରାଯାଇଥିବା ବଲାଙ୍ଗୀର ଟାଉନ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Related posts

ରାଜଧାନୀରେ କମିଛି ଅପରାଧ

mahabharatanews

ବିବାହିତ ମହିଳା ଗଣ ଦୁର୍ଷ୍କମର ଶିକାର

mahabharatanews

ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା

mahabharatanews

Leave a Comment