ଭୋପାଳ: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ୧୮ ବର୍ଷ ଯୁବତୀଙ୍କୁୁ ପାଞ୍ଚ ଜଣ ଦୁର୍ବୃତ୍ତ ଗଣବଳାତ୍କାର କରିଥିଲେ । ତାପରେ ତାଙ୍କୁ ଜୀବନ୍ତ ଜାଳିଦେବାକୁ ଚେଷ୍ଟା କରିଥିଲେ । ଇନ୍ଦୋର ପୋଲିସର ସୂଚନା ଅନୂସାରେ ,ପୀଡିତା ଜଣକ ତାଙ୍କ କୋଚିଂ କ୍ଲାସରୁ ଫେରୁଥିବା ବେଳେ ରାତି ପ୍ରାୟ ୯ଟା ସମୟରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ଅଭିଯୁକ୍ତମାନେ ବଳାତ୍କାର ପରେ ଜୀବନ୍ତ ବାଳିକାକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ।
ସୂଚନା ଅନୁଯାୟୀ, ଇନ୍ଦୋର ଭାଗୀରଥପୁର ରେଳ ଟ୍ରାକ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ପ୍ରଥମେ ଯୁବତୀଙ୍କୁୁୁ ବଳାତ୍କାର କରିଥିଲେ । ତାପରେ ଆଉ ତିନି ଜଣ ବଳାତ୍କାର କରିଥିଲେ । ପୀଡିତାକୁ ବର୍ତ୍ତମାନ ସହରର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ତାଙ୍କ ଅବସ୍ଥା ସ୍ଥିର ରହିଥିବା ଡାକ୍ତର ସୂଚନା ଦେଇଛନ୍ତି । ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ ଜଣେ ଅଭିଯୁକ୍ତକୁ ଅଟକ ରଖିଛି । ଇନ୍ଦୋର ପୋଲିସର ଏକ ବିବୃତ୍ତି ରେକର୍ଡ କରୁଛି ଏବଂ ମାମଲାର ତଦନ୍ତ ଆରମ୍ଭ ହୋଇଛି ।
previous post
next post