ଅପରାଧ

ଚାକିରିର ପ୍ରଲୋଭନ ଦେଖାଇ ମହିଳାଙ୍କୁ ଯୌନ ନିର୍ଯାତନା  

ବେଙ୍ଗାଲୁରୁ: ମହିଳାଙ୍କୁ ଚାକିରି କରାଇଦେବାର ପ୍ରଲୋଭନ ଦେଖାଇ ଯୌନ ନିର୍ଯାତନା । ଅଭିଯୋଗ ଉଠିଛି କର୍ଣ୍ଣାଟକ କ୍ୟାବିନେଟର ଜଣେ ମନ୍ତ୍ରୀଙ୍କ ନାମରେ । ମନ୍ତ୍ରୀ ଜଣକ ହେଲେ କ୍ୟାବିନେଟର ଜଳ ସମ୍ପଦ ମନ୍ତ୍ରୀ ରମେଶ ଜାରକିହୋଲି । ମନ୍ତ୍ରୀଙ୍କ ନିର୍ଲଜତାର ଅଡିଓରେ ସେ ମହିଳାଙ୍କୁ ଖୋଲାଖୋଲି ଚାକିରି ଦେବାକୁ କହି କିପରି ତାଙ୍କୁ ଯୌନ ଉତ୍ପୀଡନ ଦେଉଛନ୍ତି ତାହା ଶୁଣିବାକୁ ମିଳୁଛି ।
ଏହି ସେକ୍ସ ଟେପ୍ ଗଣମାଧ୍ୟମରେ ଜାରି କରିଛନ୍ତି ସାମାଜିକ କର୍ମୀ ଦୀନେଶ କାଲ୍ଲାହଲ୍ଲୀ । ସରକାରୀ ଚାକିରି ଦେବା ବାହାନାରେ ମନ୍ତ୍ରୀ ମହିଳାଙ୍କୁ ଯୌନ ନିର୍ଯାତନା ଦେଇ ମଧ୍ୟ ଚାକିରି ଦେଇ ନାହାନ୍ତି । କର୍ଣ୍ଣାଟକ ବିଦ୍ୟୁତ୍ ଟ୍ରାନସମିଶନ ନିଗମରେ ପୀଡ଼ିତାଙ୍କୁ ଚାକିରି କରାଇ ଦେବାକୁ ମନ୍ତ୍ରୀ କହିଥିଲେ । ଯେତେବେଳେ ପୀଡିତା ଦେଖିଲେ ମନ୍ତ୍ରୀ ତାଙ୍କୁ ମିଛ ପ୍ରତିଶ୍ରୁତି ଦେଇ ତାଙ୍କ ଶୋଷଣ କରି ଖସି ଯାଉଛନ୍ତି, ସେତେବେଳେ ସେ ସାମାଜିକ କର୍ମୀ ଦୀନେଶ କାଲାହାଲୀଙ୍କ ନିକଟରେ ସାହାଯ୍ୟ ପାଇଁ ପହଞ୍ଚିଥିଲେ ।
ଏବେ ଏହି ପ୍ରସଙ୍ଗକୁ ନେଇ ବିଜେପିକୁ ଘେରିଛି ବିରୋଧୀ କଂଗ୍ରେସ । ଅନ୍ୟପଟେ ମନ୍ତ୍ର କହିଛନ୍ତି ସାର୍ବଜନୀନ ହୋଇଥିବା ଟେପ ମିଛ । ଏହାକୁ ଟାମ୍ପରିଂ କରାଯାଇଛି । ସେ ଅଭିଯୋଗକାରିଣୀଙ୍କୁ ଜାଣି ନାହ।।ନ୍ତି କି କେବେ ଦେଖି ନାହାନ୍ତି । ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଛି । ମନ୍ତ୍ରୀ ଆହୁରି କହିଛନ୍ତି, ଅଭିଯୋଗ ପ୍ରମାଣିତ ହେଲେ ସେ ରାଜନୀତିରୁ ସନ୍ୟାସ ନେଇ ଯିବେ ।

Related posts

ବିଜେପି ନେତା ମର୍ଡର ଘଟଣା: ସିନ ରିକ୍ରିଏଟ ବେଳେ ମିଳିଲା ଖଣ୍ଡା

mahabharatanews

ଗୋଦାମରୁ ବେଆଇନ ବିସ୍ଫୋରକ ସାମଗ୍ରୀ ଜବତ, ଜଣେ ଗିରଫ

mahabharatanews

ଅସଦାଚାର ଅଭିଯୋଗ: ଉନ୍ନାଓ ପୁଲିସ କହିଲା ଦୁଷ୍କର୍ମ ହେଲେ ଦେଖିବୁ

mahabharatanews

Leave a Comment