ଅପରାଧ

ବିବନକୁ ୨ ଦିନିଆ ରିମାଣ୍ଡରେରେ ନେଇ ଖୋଳତାଡ କରିବ ସିବିଆଇ

ଭୁବନେଶ୍ୱର/ସରୋଜ ରାଉତ: ୧୯୯୯ର ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ଆଜି ସିବିଆଇ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ରିମାଣ୍ଡରେ ନେବ । ୨୨ ବର୍ଷ ପୁରୁଣା ମାମଲାରେ ସିବିଆଇ ପୁଣି ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି । ବିବନକୁ ରିମାଣ୍ଡରେ ନେଇ ଏହି ଘଟଣା ପଛରେ କାହାର ପ୍ରଚ୍ଛନ୍ନ ହାତ ରହିଥିଲା, କିଏ ତାକୁ ଫେରାର ହେବାରେ ସହଯୋଗ କରିଥିଲା ଓ ନକଲି କାଗଜପତ୍ର କରିବାରେ କିଏ ସହାୟତା କରିଥିଲା ସେ ସବୁର ତଦନ୍ତ କରିବ ସିବିଆଇ । ଗତକାଲି ସିବିଆଇର ରିମାଣ୍ଡ ଅପିଲକୁ କୋର୍ଟ ମଞ୍ଜୁର କରିଥିଲେ ।
ଗତକାଲି ସିବିଆଇ ବିବନର ଟିଆଇ ପାରେଡ କରାଇଥିଲା । ପୀଡିତା ଅଞ୍ଜନା ମିଶ୍ର ଓ ତାଙ୍କ ଡ୍ରାଇଭର ନିଳକଣ୍ଠ ବିବନକୁ ଚିହ୍ନଟ କରିଥିଲେ । ୧୯୯୯ରେ ଘଟିଥିବା ଏହି ଗଣଦୁଷ୍କର୍ମ ମାମଲା ରାଜ୍ୟ ରାଜନୀତିର ରୂପ ବଦଳାଇ ଦେଇଥିଲା । ତା ପରଠାରୁ ଆଉ ରାଜ୍ୟରେ କଂଗ୍ରେସ ଶାସନକୁ ଆସିପାରି ନାହିଁ । ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଆଜୀବନ କାରାଦଣ୍ଡ ହୋଇଥିବା ବେଳେ ସେମାନଙ୍କର ମୃତ୍ୟୁ ହୋଇସାରିଛି । କିନ୍ତୁ ମୁଖ୍ୟ ଅଭିଯୁକ୍ତକୁ ପୁଲିସ କି ସିବିଆଇ ଧରିପାରି ନ ଥିଲା । କିନ୍ତୁ ୨୨ ବର୍ଷ ପରେ ହଠାତ ଏକ ନାଟକୀୟ ଶୈଳୀରେ କମିଶନରେଟ ପୁଲିସ ପୁଣେରୁ ବିବନକୁ ଉଦ୍ଧାର କରିଥିଲା, ଯାହାକୁ ନେଇ ପୀଡିତା ଆନନ୍ଦିତ ହେବା ସହ କମିଶନରେଟ ପୁଲିସର ଦକ୍ଷତାକୁ ଭୂୟସୀ ପ୍ରଶଂସା କରିଥିଲେ । କିନ୍ତୁ ଯେଉଁଭଳି ଭାବେ ବିବନର ଗିରଫଦାରୀ କରାଯାଇଛି ତାହାକୁ ମଧ୍ୟ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି ବୁଦ୍ଧିଜୀବୀ । ଅନ୍ୟପଟରେ ପୀଡିତା ପୁନଃ ସିବିଆଇ ତଦନ୍ତ କରି ସମସ୍ତ ଘଟଣା ଉପରୁ ପର୍ଦ୍ଦା ଉଠାଇବାକୁ ଅପିଲ କରିଛନ୍ତି ।

Related posts

ରମାଦେବୀ ଛାତ୍ରୀଙ୍କ ମୃତଦେହ ଯାଜପୁରରୁ ଉଦ୍ଧାର

mahabharatanews

ନାବାଳିକାଙ୍କୁ ବୃଦ୍ଧଙ୍କ ଦୁଷ୍କର୍ମ ଅଭିଯୋଗ

mahabharatanews

ବିଜେପି ବିଧାୟକ ମହେଶ ନେଗିଙ୍କ ନାମରେ ଦୁଷ୍ମର୍ମ ଅଭିଯୋଗ ସହ ଡିଏନଏ ଟେଷ୍ଟ ଦାବି

mahabharatanews

Leave a Comment