ଓଡିଶା

ରାଜ୍ୟରେ ଆଉ ୧୭ ଜୀବନ ନେଲା କରୋନା 

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ସାମାନ୍ୟ ନିମ୍ନ ମୁଖି ହୋଇଥିବା ବେଳେ କିନ୍ତୁ ମୃତ୍ୟୁର ତାଣ୍ଡବ ଜାରି ରହିଛି । ଦୈନିକ ୧୫-୧୭ ସଂକ୍ରମିତଙ୍କ ଜୀବନ ନେଉଛି କରୋନା ।୨୪ ଘଣ୍ଟା ମଧ୍ୟରେ ୧୭ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୯୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ ଯୋଗେ ସୂଚନା ଦେଇଛି ।୧୬ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୪, ବାଲେଶ୍ବର ଜିଲ୍ଲାରୁ ୩, ପୁରୀ ଏବଂ ମୟୂରଭଞ୍ଜ ଜିଲ୍ଲାରୁ ୨ ଲେଖାଏଁ, ମାଲକାନଗିରି, ବରଗଡ, କଳାହାଣ୍ଡି, କନ୍ଧମାଳ, ନୟାଗଡ ଏବଂ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୪୬୮୩୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ୨୮୮୧୧ଟି ଆକ୍ଟିଭ୍‌ କେସ୍‌ ରହିଛି ଓ ୨୧୬୯୮୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୯୯୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।

 

Related posts

ବିଦ୍ୟୁତ୍ ସ୍ପର୍ଶରେ ଯୁବକ ମୃତ

mahabharatanews

କାର-ବାଇକ୍ ମୁହାଁମୁହିଁ ଧକ୍କା, ୧ ମୃତ

mahabharatanews

ସୀମାରେ ଉତ୍ତେଜନା ସୃଷ୍ଟି କରୁଛି ଚୀନ

mahabharatanews

Leave a Comment