ଓଡିଶା

ଜାନୁଆରୀ ୧୮ରୁ ଫେବ୍ରୃଆରୀ ୧୭ ପର୍ଯ୍ୟନ୍ତ ପାଳିତ ହେବ ସଡକ ସୁରକ୍ଷା ମାସ

ଭୁବନେଶ୍ୱର: ଚଳିତ ବର୍ଷ ଜାନୁଆରୀ ୧୮ରୁ ଫେବ୍ରୃଆରୀ ୧୭ ପର୍ଯ୍ୟନ୍ତ ପାଳିତ ହେବାକୁ ଥିବା ସଡକ ସୁରକ୍ଷା ମାସ ପାଇଁ ଆସନ୍ତା ୧୫ ତାରିଖରେ ୧୨.୩୦ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ । ସଡକ ଦୁର୍ଘଟଣାକୁ ଏଡାଇବା ଲକ୍ଷ୍ୟରେ ଏହି ସପ୍ତାହ ପାଳନ କରାଯାଉଛି । ପ୍ରତିବର୍ଷ ଦେଶରେ ଦେଢଲକ୍ଷରୁ ଊଦ୍ଧ୍ୱର୍ ଲୋକଙ୍କ ସଡ଼କ ଦୁର୍ଘଟଣାରେ ପ୍ରାଣହାନୀ ଘଟୁଛି, ଯାହା ଏକ ଉଦ୍ବେଗର ବିଷୟ । ତେଣୁ ପ୍ରତିବର୍ଷ ଏକ ସପ୍ତାହ ବ୍ୟାପୀ ସଡକ ସୁରକ୍ଷା ମାସଭାବେ ପାଳନ କରାଯାଇ ଲୋକଙ୍କୁ ସଡ଼କ ଦୁର୍ଘଟଣା ଓ ଟ୍ରାଫିକ୍‌ ନିୟମ ବାବଦରେ ସଚେତନ କରାଯାଉଥିବା ବେଳେ ଚଳିତବର୍ଷ ଏକ ମାସ ଧରି ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟକୁ ପରାମର୍ଶ ଦିଆଯାଇଛି ।
ରାଜ୍ୟରେ ଏ ନେଇ ଆସନ୍ତା ୧୫ ତାରିଖ ଦିନ ୧୨ଟା୩୦ରେ ପ୍ରସ୍ତୁତି ବୈଠକ ହେବ । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଏହି ବୈଠକରେ ଅଧ୍ୟକ୍ଷତା କରିବେ । ଏହି ବୈଠକ ଭର୍ଚ୍ୟୁଆଲ ମିଡିଆରେ ଅନୁଷ୍ଠିତ ହେବାକୁ ଥିବା ବେଳେ ପୁଲିସ୍‌ ମହାନିର୍ଦ୍ଦେଶକ, କଟକ-ଭୁବନେଶ୍ୱର ପୁଲିସ କମିଶନର, ରାଜ୍ୟ ପରିବହନ କମିଶନର, ଜାତୀୟ ରାଜପଥ ଅଧିକାରୀ ମୁଖ୍ୟ ମହାପ୍ରବନ୍ଧକ, ସମସ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଡିସିପି, ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଓ ରାଜ୍ୟ ସ୍ୱାସ୍ଥ୍ୟ ଅତିରିକ୍ତ ସଚିବ, ଗୃହ ବିଭାଗ ଅତିରିକ୍ତ ସଚିବ, ସହର ଓ ନଗର ଉନ୍ନୟନ ପ୍ରମୁଖ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ପ୍ରମୁଖ ସଚିବ, ଉଚ୍ଚଶିକ୍ଷା ପ୍ରମୁଖ ସଚିବ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରମୁଖ ସଚିବ ପ୍ରମୁଖ ବିଭିନ୍ନ ବିଭାଗର ସଚିବ ଯୋଗଦେବେ । ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ଯୁଗ୍ମ ସଚିବ କିଶୋର ଚନ୍ଦ୍ର ଦାସ ଏ ନେଇ ସମସ୍ତଙ୍କୁ ପତ୍ରମାଧ୍ୟମରେ ଅବଗତ କରାଇଛନ୍ତି ।

 

Related posts

ମାଲକାନଗିରି ଜିଲ୍ଲାକୁ ଫେରିଲେ ୧୫ହଜାର ୭୪୩ ପ୍ରବାସୀ ଓଡିଆ

mahabharatanews

ଜରଡାରେ ପଂଚାୟତସ୍ତରୀୟ କ୍ରୀଡା ପ୍ରତିଯୋଗୀତା

mahabharatanews

ସାମାନ୍ୟ ବଚସାରୁ ବାପାଙ୍କୁ ହତ୍ୟା କରି ପୁଅର ଆତ୍ମହତ୍ୟା

mahabharatanews

Leave a Comment