Uncategorized

ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କାଙ୍କୁ ଇଡିର ଜେରା

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୁଶାନ୍ତଙ୍କ ବଡ ଭଉଣୀ ପ୍ରିୟଙ୍କା ସିଂଙ୍କୁ ମନି ଲେଣ୍ଡରିଂ ମାମଲାରେ ଜେରା କରିବା ସହ ତାଙ୍କ ବୟାନ ରେକର୍ଡ କରିଛି । ପ୍ରିୟଙ୍କାଙ୍କ ବୟାନକୁ ପ୍ରିଭେନ୍ସନ ଅଫ ମନି ଲଣ୍ଡରିଂ ଆକ୍ଟରେ ରେକର୍ଡ କରାଯାଇଛି । ଆଜି ଇଡିର ଏହି ଜେରାରୁ ଜଣାପଡିଛି, ଇଡି ପ୍ରିୟଙ୍କାଙ୍କଠାରୁ ସୁଶାନ୍ତଙ୍କ ଆର୍ଥିକ, ବ୍ୟକ୍ତିଗତ ଓ ପେସାଗତ ବିଭିନ୍ନ ଡିଲିଂ ବିଷୟରେ ଜାଣିବାକୁ ଚାହୁଁଛି ଯାହା ଏପର୍ଯ୍ୟନ୍ତ ପ୍ରିୟଙ୍କା ଖୁଲାସା କରି ନାହାନ୍ତି । ଏହା ଆଧାରରେ ଆଗାମୀ ଯାଞ୍ଚର ଦିଗ ନିର୍ଦ୍ଧାରଣ ହେବା ସହ ମନି ଲେଣ୍ଡରିଂକୁ ନେଇ ଉଠିଥିବା ବିବାଦ ସମ୍ପର୍କରେ ସତ୍ୟ ପଦାକୁ ଆସି ପାରିବ ।
୩୪ ବର୍ଷୀୟ ଅଭିନେତା ସୁଶାନ୍ତ ସିଂହ ଏମ ଏସ ଧୋନି ପରି ବିଭିନ୍ନ ହିଟ ଫିଲ୍ମରେ ଅଭିନୟ କରିବା ଆରମ୍ଭ କରିଥିଲେ । କିନ୍ତୁ ଜୁନ ୧୪ ତାରିଖରେ ଅଭିନେତାଙ୍କୁ ତାଙ୍କ ମୁମ୍ବାଇସ୍ଥିତ ପ୍ଲାଟରେ ଝଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଇଡି ପୂର୍ବରୁ ରାଜପୁତଙ୍କ ବାପା କେ କେ ସିଂ ଓ ଅନ୍ୟ ଭଉଣୀ ନିତୁ ସିଂହଙ୍କର ବୟାନ ରେକର୍ଡ କରିସାରିଛି । ଗୁରୁବାର ଦିନ ଇଡି ଫିଲ୍ମ ମେକର ରୁମି ଜାଫରିଙ୍କ ବୟାନ ରେକଡ କରିଥିଲା ।
ସୂତ୍ର ଅନୁଯାୟୀ, ଜାଫରିଙ୍କୁ ତାଙ୍କ ଏକ ଆଗାମୀ ଫିଲ୍ମରେ ସୁଶାନ୍ତଙ୍କୁ ନେବାକୁ ନେଇ ପ୍ରଶ୍ନ ହୋଇଥିଲା ତଥା ଏହି ପ୍ରୋଜକ୍ଟ ପାଇଁ ଆର୍ଥିକ ନେଣଦେଣକୁ ନେଇ ମଧ୍ୟ ପଚରାଯାଇଥିଲା । ସୁଶାନ୍ତଙ୍କ ବାପାଙ୍କ ଦ୍ୱାରା ଜୁଲାଇ ୨୫ରେ ଦାୟର ଏକ ଏଫଆଇଆର ଭିତ୍ତିରେ ଇଡି ତଦନ୍ତ ଆରମ୍ଭ କରିଛି । ଏହି ଏଫଆଇଆରରେ ସୁଶାନ୍ତଙ୍କ ବାପା ସୁଶାନ୍ତଙ୍କ ସାଙ୍ଗ ତଥା ଲିଭ ଇନ ପାର୍ଟନର ରେହା ଚକ୍ରବର୍ତ୍ତୀ ଓ ତାଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତୀ, ମା ସଂଧ୍ୟା ଚକ୍ରବର୍ତ୍ତୀ, ଭାଇ ସୋୱିକ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡା ଓ ଶ୍ରୁତି ମୋଦି ତଥା କିଛି ଲୋକ ତାଙ୍କ ପୁଅକୁ ଆର୍ଥିକରୂପେ ଠକିଥିବା ଓ ତାଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥିବା ନେଇ ଉଲ୍ଲେଖ ଥିଲା । ଏଫଆଇଆର ପାଟନା ପୋଲିସ ଷ୍ଟେସନରେ କରାଯାଇଥିଲା । ଇଡି ଏହି ଅଭିଯୋଗରେ ରେହା, ତାଙ୍କ ବାପା, ଭାଇ, ସୁଶାନ୍ତଙ୍କ ବ୍ୟବସାୟିକ ମ୍ୟାନେଜର, ଚାର୍ଟର୍ଡ, ଘରୋଇ ସହାୟକ ପ୍ରମୁଖଙ୍କୁ ଜେରା କରି ସାରିଛି ।
ଅନ୍ୟପଟେ ସିବିଆଇ ପାଟଣା ପୋଲିରର ଏଫଆଇଆରକୁ ପୁନଃ ରେଜିଷ୍ଟର କରିବା ସହ କେଶରେ ପୂର୍ବ ଅଭିଯୁକ୍ତଙ୍କ ନାମ ସାମିଲ କରିଛି । ବୁଧବାର ଦିନ ସୁପ୍ରିମ କୋର୍ଟ ସୁଶାନ୍ତ ସିଂ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Related posts

ହୃଦଘାତ ଓ ମୁଧୁମେହ ନେଉଛି କୋରନା ରୋଗୀଙ୍କ ଜୀବନ

mahabharatanews

ବାୟୁସେନାରେ ତେଜସର ଦ୍ୱିତୀୟ ସ୍କ୍ୱାର୍ଡନ ସାମିଲ

mahabharatanews

ୟୁପି: କୃଷକଙ୍କ ପାଇଁ ଯୋଗୀ ସରକାର ଆଣିଲେ ନୂଆ ଯୋଜନା

mahabharatanews

Leave a Comment