ଅପରାଧ ଓଡିଶା

ବିବାହ ପ୍ରଲୋଭନ ଦେଖାଇ ୩ ସନ୍ତାନର ବାପା କଲା ଦୁଷ୍କର୍ମ

ମଧୂସୁଦନ ବହିଦାର/ ବଲାଙ୍ଗୀର: ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ । ଏଭଳି ଏକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ଦାଦନଶ୍ରମିକ ପ୍ରବଣ ମୁରିବାହାଲ ଥାନା ଜଲକି ଗାଁରୁ । ଜଲକି ଗାଁର ଯୋଗାଣ ସହାୟକ ଭାବେ କାମ କରୁଥିବା ରୁଷୁ ବେନିଆ ନାମକ ଜଣେ ବିବାହିତ ପୁରୁଷ ବିବାହର ପ୍ରଲୋଭନ ଦେଖାଇ ପ୍ରାୟ ଏକ ବର୍ଷ ତଳେ ନାବାଳିକା ଶ୍ରୀମତୀ କୁମ୍ଭାର ସହ ଶାରୀରିକ ସଂପର୍କ ରଖିଥିଲା । ପରବର୍ତ୍ତୀ ସମୟରେ ଯୁବତୀଙ୍କ ବାରଣ ସତ୍ତେ୍ୱ ଜୋର ଜବରଦସ୍ତି ବାରମ୍ବାର ଦୁଷ୍କର୍ମ କରିଥିଲା । ଫଳରେ ଯୁବତୀ ଜଣକ ଆଠ ମାସର ଗର୍ଭବତୀ ହୋଇଥିବା ନେଇ ଯୁବତୀ ଜଣକ ଅଭିଯୋଗ କରିଛନ୍ତି । ଗତବର୍ଷ ନଭେମ୍ବର ମାସରେ ବାପା ମାଙ୍କ ସହ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିବା ବେଳେ ଯୁବତୀ ଜଣକ ଗର୍ଭବତୀ ଥିବା ଜଣା ପଡିଥିଲା । ତେବେ ସେଠାରୁ ଫେରିବା ପରେ ଅଭିଯୁକ୍ତ ରୁଷୁ ଯୁବତୀଙ୍କୁ ପତ୍ନୀ ହିସାବରେ ଗ୍ରହଣ କରିବାକୁ ମନା କରି ଦେଇଥିଲା । ଫଳରେ ପୀଡିତା ଯୁବତୀ ମୁରିବାହାଲ ଥାନାର ଦ୍ବାରସ୍ଥ ହୋଇଥିଲା । ତେବେ ମୁରିବାହାଲ ଥାନାରେ ତାଙ୍କୁ ନ୍ୟାୟ ଦେବା ତ ଦୂର କଥା ଅଭିଯୋଗ ମଧ୍ୟ ଗ୍ରହଣ କରିନଥିବା ଯୁବତୀ ଜଣକ ବଲାଙ୍ଗୀର ଏସପିଙ୍କ ନିକଟରେ ଅଭିଯୋଗ କରିଛି । ବାପା, ମାଁ ଓ ଗାଁ ର କିଛି ଭଦ୍ରବ୍ୟକ୍ତିଙ୍କ ସହ ବଲାଙ୍ଗୀର ଏସପିଙ୍କ କାର୍ୟ୍ୟାଳୟକୁ ଆସି ଏସପିଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ ନ୍ୟାୟ ଭିକ୍ଷା କରିଛନ୍ତି ପୀଡିତା ପରିବାର । ଅପରପକ୍ଷରେ ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶ ପରେ ଯୁବତୀଙ୍କ ଅଭିଯୋଗକୁ ଭିତ୍ତି କରି ମୁରିବାହାଲ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ପୋଲିସ ଘଟଣାର ତଦନ୍ତ କରି ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବା ସହ ପୀଡିତାଙ୍କୁ ନ୍ୟାୟ ଯୋଗାଇ ଦିଆଯିବ ବୋଲି ବଲାଙ୍ଗୀର ଅତିରିକ୍ତ ଆରଖି ଅଧିକାରୀ ଦିଲିପ କୁମାର ପଟେଲ ସୂଚନା ଦେଇଛନ୍ତି ।

Related posts

ସଂଘ ରୋଧ କେନ୍ଦ୍ରରେ ବୃକ୍ଷ ରୋପଣ

mahabharatanews

ଓଡିଶା ରାଜନୀତିର ଉଜ୍ଜଳ ତାରକା

mahabharatanews

ସାମ୍ବାଦିକଙ୍କୁ ବନ୍ଧୁକରେ ମରଣାନ୍ତକ ଆକ୍ରମଣ

mahabharatanews

Leave a Comment