ଓଡିଶା

ଏସଆଇଟିକୁ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପରୀ ହତ୍ୟା ଘଟଣାରେ ବିରୋଧୀଙ୍କ ବିରୋଧ ଦେଖି ଏସଆଇଟିକୁ ତଦନ୍ତ ନିର୍ଦ୍ଦେଶ । ଗୃହରେ ଆଜି ପୁଣି ବିରୋଧୀ ଗୃହ ଚଳାଇ ନ ଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଏଥିସହ ଗୃହ କାର୍ଯ୍ୟରେ ସହଯୋଗ କରିବା ପାଇଁ ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ଉପସ୍ଥିତ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଏହି ଘୋଷଣା କରିଛନ୍ତି । ଗୃହରେ କଂଗ୍ରେସ ଓ ବିଜେପି ସଦସ୍ୟ ନାରାବାଜି ଫଳରେ ଅପରାହ୍ନ ୩ଟା ଯାଏଁ ବାଚସ୍ପତି ଗୃହକୁ ମୁଲତବୀ କରିଛନ୍ତି ।
ସୂଚନାଯୋଗ୍ୟ, ଗତ ଜୁଲାଇ ୧୪ ତାରିଖ ଦିନ ପରୀ ଘର ଆଗରେ ଖେଳୁଥିବା ସମୟରେ ନିଖୋଜ ହୋଇଯାଇଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କରି ଝିଅକୁ ନପାଇ ସଦର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଟିମ୍ ଗଠନ କରି ତଦନ୍ତ କରିବା ସହ ଡଗ୍ ସ୍କ୍ବାର୍ଡ ଆଣି ଖୋଳତାଡ କରିଥିଲା । ୨୩ ତାରିଖ ଅପରାହ୍ନରେ ବାଡି ପଟ ଗାଡିଆ କୂଳରେ ବସ୍ତାରେ ବନ୍ଧା ଅବସ୍ଥାରେ ଝିଅର ଖଣ୍ଡ ବିଖଣ୍ଡିତ ଗଳିତ ମୃତଦେହ ମିଳିଥିଲା । ଘଟଣାକୁ ୪ ମାସ ବିତିଯାଇଥିଲେ ମଧ୍ୟ ଏଯାଏଁ ଅଭିଯୁକ୍ତଙ୍କୁ ଗିରଫ କରିପାରିନି ପୁଲିସ ।

SR

 

Related posts

ଋକ୍ଷକ ସାଜିଲା ଭକ୍ଷକ: ବିଜେପି

mahabharatanews

ଫେରିଥିବା ଦାଦନଙ୍କ ନାମ ପଞ୍ଜିକରଣ

mahabharatanews

ରାଜ୍ୟ ଶିଶୁ ଅଧିକାର ଆୟୋଗ କମିଶନଙ୍କୁ ଭେଟିଲେ ପିପିଲି ନିର୍ବାଚନ ମଣ୍ଡଳି ମହିଳା ମୋର୍ଚ୍ଚା

mahabharatanews

Leave a Comment